ସ୍ୱାମୀକୁ ମିଳିଲା ଆଜୀବନ ସଜ୍ଜା : ସେକେଣ୍ଡ ହ୍ୟାଣ୍ଡ ଟିଭି ପାଇଁ ପତ୍ନୀକୁ ଛୁରି ଭୁସି ମାରିଥିଲା

ସାମାନ୍ୟ ସେକେଣ୍ଡ ହ୍ୟାଣ୍ଡ ଟିଭି ପାଇଁ ପତ୍ନୀକୁ ବୀଭତ୍ସ ହତ୍ୟା କରିଥିବା ସ୍ୱାମୀକୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି । ଗୁରୁବାର ମୁମ୍ବାଇର ଏକ କୋର୍ଟର୍ରେ ଏହି ହତ୍ୟା ଘଟଣାର ଶୁଣାଣି କରି ଜଜ୍ ଦୋଷୀକୁ ଦଣ୍ଡାଦେଶ ଶୁଣାଇଛନ୍ତି ।
ଏ ଘଟଣା ୨୦୧୬ର । ମୁମ୍ବାଇ ଉପକଣ୍ଠ ସାନ୍ତାକ୍ରୁଜରେ ସନ୍ତୋଷ ଆମ୍ବାଭାଲେ ନିଜ ପତ୍ନୀଙ୍କ ସହ ରହୁଥିଲେ । ଧୀରେ ଧୀରେ ସନ୍ତୋଷ ଜୁଆ ଖେଳ ପ୍ରତି ଆସକ୍ତ ହୋଇଚାଲିଥିଲେ । ଯାହାକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା । ସନ୍ତୋଷ ଜୁଆ ଖେଳରେ ଏମିତି ମାତିଗଲେ ଯେ, ପତ୍ନୀଙ୍କୁ ମାରଧର ମଧ୍ୟ କରିବା ଆରମ୍ଭ କରିଥିଲେ । ଘରେ ଥିବା ସବୁ ଜିନିଷ ବିକ୍ରି କରି ଚାଲିଥିଲେ । ପତ୍ନୀଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ ।
ଏଭଳି ଘଟଣା ଲାଗି ରହିଥିଲେ ବି ସମୟକ୍ରମେ ଉଭୟ ଏକ ସେକେଣ୍ଡ ହ୍ୟାଣ୍ଡ ଟିଭି କିଣିଥିଲେ । ଦିନେ ଟିଭି ବିକ୍ରି କରିଥିବା ଲୋକ ସନ୍ତୋଷଙ୍କ ଘରେ ଟଙ୍କା ପାଇଁ ପହଞ୍ଚିଥିଲେ । ତେବେ ଟିଭି ପାଇଁ ରଖାଯାଇଥିବା ଟଙ୍କାକୁ ସନ୍ତୋଷ ଖର୍ଚ୍ଚ କରି ଦେଇଥିବା ତାଙ୍କ ପତ୍ନୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ଏହି ସାମାନ୍ୟ କଥାରେ ସନ୍ତୋଷ ଭୀଷଣ ରାଗି ଯାଇଥିଲେ। ଟିଭି ବିକ୍ରେତାଙ୍କ ଆଗରେ ପତ୍ନୀ ଅସଲ ଗୁମର ଖୋଲି ଦେବାରୁ ସେ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ରୋଷେଇ ଘରେ ଥିବା ଛୁରୀ ଆଣି ପତ୍ନୀଙ୍କୁ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସନ୍ତୋଷ ଫେରାର ହୋଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। କୋର୍ଟ ଶୁଣାଣି ବେଳେ ୧୧ ଜଣ ସାକ୍ଷୀଙ୍କବୟାନକୁ ଭିତ୍ତି କରି କୋର୍ଟ ସନ୍ତୋଷଙ୍କୁ ଆଜୀବ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
Powered by Froala Editor