ରାଜ୍ୟରେ ଦୁର୍ଘଟଣା: ପ୍ରତି ଶହେରେ ୪୮ ମୃତ

ଭୁବନେଶ୍ୱର : ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ ରହିଛି। ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ୨୦୨୦ରେ ମୋଟ ୪ ହଜାର ୭୩୮ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି।
ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଂଜାମ, କଟକ ଓ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ ଲୋକ ସ଼ଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ମୋଟର ସାଇକେଲ୍ ଚାଳକଙ୍କ ସଂଖ୍ୟା ସମୁଦାୟ ସଡକ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଓ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତିଙ୍କ ମୃତ୍ୟୁ ହେଲମେଟ୍ ପିନ୍ଧିନଥିବାରୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
Powered by Froala Editor