ରାଜ୍ୟରେ ଆଉ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ ଆଉ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଆଜି ପୁଣି ଓଡିଶାରୁ ଦୁଇ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ନାଇଜେରିଆରୁ ଫେରିଥିବା ଜଣାପଡିଛି । ଏନେଇ ସୂଚନା ମିଳିଛି । ଏହି ନୂଆ ମାମଲା ସହ ରାଜ୍ୟର ମୋଟ ଓମିକ୍ରନ ମାମଲା ୪କୁ ବୃଦ୍ଧି ପାଇଛି ।
ନୂଆ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ଥିବାବେଳେ ଅନ୍ୟ ଜଣେ ୨୧ ବର୍ଷ ବୟସର ହୋଇଥିବା ଜଣାପଡିଛି ।
ପୂର୍ବରୁ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତ ନାଇଜେରିଆ ଓ କତାରରୁ ଫେରିଥିଲେ। ଆଜି ଯେଉଁମାନେ ଚିହ୍ନଟ ହୋଇଛନ୍ତି ସେମାନେ କେଉଁଠୁ ଫେରିଛନ୍ତି ସଠିକ ଭାବେ ଜଣାପଡ଼ିନି। ହେଲେ ସେମାନେ ଭୁବନେଶ୍ୱରର ହୋଇଥିବା ବେଳେ ନାଇଜେରିଆ ଫେରନ୍ତା ବୋଲି ପ୍ରାଥମିକ ସ୍ତରରେ ସୂଚନା ମିଳିଛି। ହେଲେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନି ।
ILS ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୮ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ILS କୁ ଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Powered by Froala Editor