‘ମଧୁବନ’ ଗୀତରେ ଡ୍ୟାନ୍ସ କରି ବିବାଦରେ ସନି ଲିଓନି

୨୨ ଡିସେମ୍ବରରେ ରିଲିଜ ହୋଇଥିବା ‘ମଧୁବନ’ ଗୀତକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ସନି ଲିଓନି। ସେ ଏହି ଗୀତରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି । ଜଣେ ୟୁଜର କହିଛନ୍ତି ରାଧିକା ଡାନ୍ସର ନୁହେଁ ଭକ୍ତ ଥିଲେ । ମଧୁବନ ଏକ ଶାନ୍ତିର ସ୍ଥାନ । ମଧୁବନରେ ରାଧା ଏମିତି ଡାନ୍ସ କରୁନଥିଲେ । ଏହାକୁ ନେଇ ୟୁଜର୍ସମାନେ ପ୍ରଶ୍ନ ମଧ୍ୟ କରି କହିଛନ୍ତି ଯେ ଏହି ଗୀତରେ ସନ୍ନି ଯେଉଁଭଳି ଭାବରେ ‘ରାଧା’ କିମ୍ବା ‘ରାଧିକା’ ନାମରେ ନାଚୁଛନ୍ତି, ତାହା ଅତ୍ୟନ୍ତ ଆପତ୍ତିଜନକ ଅଟେ । ଏହି ଗୀତ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ୟୁଜର୍ସ ଆହୁରି ଲେଖିଛନ୍ତି ହିନ୍ଦୁ ଧର୍ମର ମଜା ଉଡ଼ାଯାଇଛି । ଏହା ସହ ‘ମଧୁବନ’ ଗୀତକୁ ବ୍ୟାନ ପାଇଁ ମଧ୍ୟ ଦାବି ହୋଇଛି ।
ସନ୍ନି ଲିଓନିଙ୍କ ଏହି ଗୀତକୁ କନିକା କପୁର ଗାଇଛନ୍ତି । ପୂର୍ବରୁ ସନ୍ନି ଲିଓନି ଏବଂ କନିକା କପୁରଙ୍କ ସୁପରହିଟ୍ ଯୋଡ଼ି ‘ବେବି ଡଲ’ ଗୀତରେ ନଜର ଆସିଥିଲେ ଯାହା ଖୁବ୍ ପ୍ରସିଦ୍ଧ ହୋଇଥିଲା ।
Powered by Froala Editor