ରାସନକାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଘୋଷଣା , ମିଳିବ ଏକ ହଜାର ଟଙ୍କା
ରାଜ୍ୟର ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି | ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା । ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୩୦ ଜିଲ୍ଲାର ୩ କୋଟି ୫୦ ଲକ୍ଷ ହିତାଧିକାରୀ ଏହି ସୁବିଧା ପାଇବେ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ ।
କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି । ଏଥି ପାଇଁ BSKY କାର୍ଡକୁ ପ୍ରାଥମିକ ପରିଚୟପତ୍ର ଭାବେ ବ୍ୟବହାର କରାଯିବ । ୧ ହଜାର ଟଙ୍କା ଲେଖାଏଁ ମିଳିବ ଜୀବନଜୀବିକା ସହାୟତା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଖାତାକୁ ଟଙ୍କା ଦେବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor