ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ ପହଞ୍ଚିଲା

ନୂଆଦିଲ୍ଲୀ: ଓମିକ୍ରନକୁ ନେଇ ସାରା ବିଶ୍ବ ଆତଙ୍କିତ । ଗୋଟିଏ ପରେ ଗୋଟିଏ ଦେଶକୁ ଏହା ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ସେହିପରି ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ପ୍ରଥମେ କର୍ଣ୍ଣାଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିଲାଣି । ଏବେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଥିବା ବେଳେ ଗତକାଲି ପୁଣି ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି ହୋଇଛି ।ମୋଟ ୧୧ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ବେଳେ ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, ତେଲେଙ୍ଗାନାରେ ୨୦, କେରଳରେ ୧୧, ଗୁଜୁରାଟରେ ୯, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡରେ ୧, ତାମିଲନାଡୁରେ ୧, ଏବଂ ପଶ୍ଚିମବଙ୍ଗରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରୋନା ମହାମାରୀ ପରି ଏହା ଭୟଙ୍କର ରୂପ ଧାରଣ କରିବନି ତ ? ପୁଣି ଆରମ୍ଭ ହୋଇଯିବନି ତ ଲକଡାଉନ ଓ ସଡଟାଉନ ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
Powered by Froala Editor