ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ
ଭୁବନେଶ୍ବର: ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ । ମହାନଦୀ ଉପରେ ନିର୍ମିତ ଏହି ସେତୁକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେତୁଟି ବଡମ୍ବା-ଗୋପୀନାଥପୁରରୁ ସିଂହନାଥ ପୀଠ ଦେଇ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରୁଛି । ୧୧୧କୋଟି ଟଙ୍କାରେ ଏହି ସେତୁ ନିର୍ମିତ ହୋଇଥିବା ବେଳେ ଏହି ସେତୁର ଲମ୍ବ ୩.୪ କିଲୋମିଟର ରହିଛି । ସେତୁ ନିର୍ମାଣ ଫଳରେ ୪୫ କିଲୋମିଟର ଦୂରତ୍ବ କମିବା ସହ ଏଥିରେ ୫ଲକ୍ଷ ଲୋକ ଉପକୃତ ହେବା ସହ ଏହା ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ନୟାଗଡ ସହ ଢୋଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାକୁ ଯାତାୟତ ଆହୁରି ସୁଗମ ହୋଇପାରିବ ।
ଗତ ୨୦୧୪ ଫେବୃଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଜି ବଡମ୍ବା ଗୋପିନାଥପୁର ଗସ୍ତରେ ଆସି ରାଜ୍ୟରେ ଏହି ଦୀର୍ଘତମ ସେତୁକୁ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି । ଫଳରେ ବଡମ୍ବା ଓ ବାଙ୍କି ପୃଷ୍ଠାରେ ଯୋଡି ହେବ ବିକାଶର ଏକ ନୂଆ ଫର୍ଦ୍ଦ ।
Powered by Froala Editor