ବଢୁଛି ଥଣ୍ଡା, ଶୀତରେ ଥରୁଛି ଓଡିଶା
ଭୁବନେଶ୍ୱର: ଖସୁଛି ପାରଦ, ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ଧୀରେଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ସକାଳ ୯ଟା ପର୍ୟ୍ୟନ୍ତ କୁହୁଡି ଲାଗି ରହୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପହୁଛି।ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତ୍ରୀର ତାପମାତ୍ରା ୦.୩ ରୁ ୨.୩ ଡିଗ୍ରୀ କମିଥିବା ବେଳେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨.୬ ଡିଗ୍ରୀ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି। ଉପକୂଳ ଓଡିଶାରେ କିଛି ସ୍ଥାନରେ ରାତ୍ରୀ ତାପମାତ୍ରା ୦.୨ ରୁ ୧.୩ ଡିଗ୍ରୀ ବୃଦ୍ଧି ଘଟିଛି ।
ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ୪ ରୁ ୫ଦିନ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ରହିଛି। ରାତ୍ରି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି।
Powered by Froala Editor