ନବୀନଙ୍କ ଘୋଷଣା :ପୋଲିସ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ଏକ ହଜ଼ାର କୋଟି ଟଙ୍କା ବ୍ୟୟ ବରାଦ
କଟକ: ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ଏକ ହଜାର କୋଟି ।୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରାଜ୍ୟ ପୋଲିସ ଡ଼ିଜି ଅଭୟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ଼ିଜି ଅଭୟ।
କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଚାଲିଥିବା ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଶେଷ ହୋଇଛି। ୩ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ମାଓ ସମସ୍ୟା, ଆଇନ ଶୃଙ୍ଖଳା, ଅପରାଧ ମୁକାବିଲା, ସାଇବର ଅପରାଧ, ନିଶା କାରବାର, ମହିଳା ତଥା ଦୁର୍ବଳ ବର୍ଗ ଓ ଶିଶୁ ସମ୍ପର୍କିତ ଅପରାଧ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଶନିବାର ଶେଷ ଦିନରେ ମୁଖ୍ୟ ଶାସନ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷ ମଧ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ଏକ ହଜ଼ାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଘୋଷଣା କରିଥିଲେ ।ଏଥିସହିତ ରାଜ୍ୟରେ ଆଇନ ଶୃଙ୍ଖଳା ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ସମେତ ମାଓ ମୁକାବିଲା, COVID ଓ ବାତ୍ୟା ମୁକାବିଲା କ୍ଷେତ୍ରରେ ପୋଲିସର କାର୍ୟ୍ୟ ପାଇଁ ରାଜ୍ୟ ପୋଲିସ ବିଭାଗକୁ ପ୍ରଶଂସା କରିଥିଲେ ।
Powered by Froala Editor