ଲକ୍ଷଣ ବଦଳାଉଛି ଓମିକ୍ରନ
ଭୁବନେଶ୍ବର: ଲକ୍ଷଣ ବଦଳାଉଛି ଓମିକ୍ରନ । କୋଭିଡ ଅନୁରୂପ ନିୟମ କଡାକଡି ମାନନ୍ତୁ । ଓମିକ୍ରନ ଭାରିଏଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି । ଅଧିକ ଜ୍ବର କି ଥଣ୍ଡା ହେଉନାହିଁ । ତଣ୍ଟି ଦରଜ, ତଣ୍ଟି ବସିବା ବା ଖିଚ ଖିଚ ଅଧିକ ହେଉଛି । ଆଜି ଓମିକ୍ରନକୁ ନେଇ ଏଭଳି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।
ସ୍ବାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି କରୋନାର ଓମିକ୍ରନ ଭାରିଏଣ୍ଟରେ ଲକ୍ଷଣ ବଦଳିଛି । ଏହାକୁ ରୋକିବାକୁ ହେଲେ ଟିକା ନେବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା ଜରୁରୀ। ସେହିପରି ଭିଡ ଜମା ନକରିବାକୁ କହିଛନ୍ତି । ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡାକଡି ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।ସେହିପରି କହିଛନ୍ତି ଦେଶରେ ଧୀରେ ଧୀରେ ସମସ୍ତ ରାଜ୍ୟକୁ ଓମିକ୍ରନ ମାଡି ବାରେ ଲାଗିଛି। ତେବେ ଓଡିଶାର ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଓମିକ୍ରନ ସଂକ୍ରମଣ ଚିହ୍ନଟ ହେଲେଣି। ତେବେ ଏନେଇ ଲୋକମାନେ କୋଭିଡ କଟକଣା ମାନି ଚାଲିବା ଆବଶ୍ୟକ ବୋଲି କହିଛନ୍ତି ।
Powered by Froala Editor