ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ନୂଆ ପିଢିର ସଫଳ ପରୀକ୍ଷଣ । ଆଜି ବାଲେଶ୍ବର ଉପକୂଳ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଅଗ୍ନି ପ୍ରାଇମ ମିସାଇଲର ପରୀକ୍ଷଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଥିବା ସରକାରୀ କର୍ମଚାରୀ କହିଛନ୍ତି ।
ଅଗ୍ନି କ୍ଲାସ ମିସାଇଲ ନୂଆ ପିଢିର ଉନ୍ନତମାନର ମିସାଇଲ ହେଉଛି ଅଗ୍ନି-ପି । ଏହା ୧,୦୦୦ ଏବଂ ୨,୦୦୦ କିଲୋମିଟର ମଧ୍ୟରେ କ୍ଷମତା ରଖୁଥିବା ଏକ କାନଷ୍ଟେରାଇଜ୍ଡ କ୍ଷେପଣାସ୍ତ୍ର ।ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ପରୀକ୍ଷଣ ସମୟରେ ପରମାଣୁ ସକ୍ଷମ ରଣନୀତିକ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମରେ ଅନେକ ନୂଆ ବୈଶିଷ୍ଟ୍ୟ ଯୋଗ କରାଯାଇଛି।
Powered by Froala Editor