ଟଳିଲେ ଦୁଇ ମହିଳା ମାଓବାଦୀ
ମାଲକାନାଗିରି: ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଗଣ୍ଡେୱାଡା ଜଙ୍ଗଲରେ ମାଓ ଶିବିର ଚାଲୁଥଲା । ଏହି ସୂଚନା ପାଇସାରିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ମୃତୁ୍ୟବରଣ କରିଛନ୍ତି ।
ସେମାନଙ୍କ ନିକଟରୁ ୩ଟି ଅତ୍ୟାଧୁନିକ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ୍ ହୋଇଥିବା ସୂଚନା ମିଳିଛି ।
Powered by Froala Editor