ପୁଣି କଲରାପତାରିଆ ବାଘର ମୃତ୍ୟୁ
ଅନଗୁଳ: ଅନଗୁଳ ଜିଲ୍ଲାରେ ପୁଣି ବାଘ ମୃତ୍ୟୁ । ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାଟୋପା ରେଞ୍ଜ ବାତ୍ରାଖୋଲ ଅଞ୍ଚଳରୁ ଠାବ ହୋଇଛି ଏହି ଅଣ୍ଡିରା କଲରାପତାରିଆ ବାଘ । କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଏନେଇ ଖବର ପାଇବା ପରେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ବନ କର୍ମଚାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏଟିସିଏର ଗାଇଡ଼ଲାଇନ ଅନୁସାରେ ମୃତ ବାଘର ଶବ ବ୍ୟବଚ୍ଛେଦ ସହ ଅନ୍ୟାନ୍ୟ କାର୍ୟ୍ୟ ସମାପନ ହେବ ବୋଲି ଜଣାପଡିଛି ।
Powered by Froala Editor