କ୍ରସର ୟୁନିଟରେ ଦୁର୍ଘଟଣା, ଦୁଇ ମୃତ
ସାନଖେମୁଣ୍ଡି : ଆନ୍ଧ୍ରପ୍ରଦେଶର ଏକ କ୍ରସର ୟୁନିଟରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ସିଦ୍ଧିଖଣ୍ଡିର ପବିତ୍ର ବିଶାଇ ଓ ମୁନା ସ୍ୱାଇଁ । ଶୁକ୍ରବାର ରାତି ପ୍ରାୟ ୧୧ଟାରେ ୱାରଙ୍ଗଲ ଅଞ୍ଚଳର ଏକ କ୍ରସରରେ ରାତ୍ରକାଳୀନ ସିଫ୍ଟରେ ଦୁହେଁ କାମ କରୁଥିଲେ । ଅସାବଧାନତାରୁ ମେସିନ୍ ଖସି ପଡ଼ିବାରୁ ଦୁହେଁ ରକ୍ତାକ୍ତ ହୋଇପଡ଼ିବା ସହ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଗାଁରେ ଦୁଃଖର ଛାୟା ଖେଳିଯାଇଛି ।
Powered by Froala Editor