ହାତୀ ଆକ୍ରମଣରେ ଜଣ ମୃତ ଓ ଜଣେ ଗୁରୁତର

ବ୍ରହ୍ମପୁର: ହାତୀ ଆକ୍ରମଣରେ ଜଣ ମୃତ ଓ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଚାନ୍ଦପୁର ନିକଟରେ ହାତୀ ଆକ୍ରମଣ କରିଥିଲା । ବିଳମ୍ବିତ ରାତିରେ ୨ ଜଣଙ୍କୁ ଆକ୍ରମଣ କରିଥିଲା ଏହି ହାତୀ । ଜଣେ ମୃତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor