ଆଜି ରାଜ୍ୟରେ ୨୧୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୭ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୯୧ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୨୮ଜଣ ଛୁଆ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୭ଜଣ, ଅନୁଗୁଳରୁ ୨, ବାଲେଶ୍ୱରରୁ ୧, ଭଦ୍ରକରୁ ୧, କଟକରୁ ୧୫, ଦେବଗଡରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୩, କୋରାପୁଟରୁ ୧, ମୟୂରଭଞ୍ଜରୁ ୭, ନୟାଗଡରୁ ୨, ପୁରୀରୁ ୩, ରାୟଗଡାରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୪ ଓ ରାଜ୍ୟପୁଲରୁ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ କୋଟ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୧୦ଲକ୍ଷ ୫୨ହଜାର ୧୪୫କୁ ବୃଦ୍ଧି ପାଇଛି ।
Powered by Froala Editor