ଦେଶରେ କରୋନା ନେଲା ୨୮୦୯ ଜୀବନ

ନୂଆଦିଲ୍ଲୀ : କରୋନା ପୁଣି ୨୮୦୯ ଜୀବନ ନେଇଛି । ଗତ ୨୪ ଘଂଟା ମଧ୍ୟରେ କରୋନା ଜନିତ ମୃତୁ୍ୟରେ ଆଉ ଏକ ରେକଡର଼୍ ସୃଷ୍ଟି ହୋଇଛି । ସେହିପରି ଦିନକରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୪ ହଜାର ୮୮୦ରେ ପହଁଚିଛି । ଏଯାବତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୬ ହଜାର ୬୪୭ ହୋଇଥିବାବେଳେ ୧ ଲକ୍ଷ ୯୫ ହଜାର ୧୧୯ ଜଣଙ୍କର ମୃତୁ୍ୟ ଘଟିଛି ।
ମହାରାଷ୍ଟ୍ରରେ ୬୬୧୯୧ ଜଣ ସଂକ୍ରମିତ ହୋଇଥିବାବେଳେ ଉତରପ୍ରଦେଶରେ ୩୫୬୧୪, କର୍ଣ୍ଣାଟକରେ ୩୪୮୦୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୮୩୨, ଦିଲ୍ଲୀରେ ୩୫୦ ଓ ଉତରପ୍ରଦେଶରେ ୨୦୮ ଜଣଙ୍କର ମୃତୁ୍ୟ ହୋଇଛି ।
Powered by Froala Editor