ବ୍ରିଟେନରେ ପ୍ରଥମ ଓମିକ୍ରନ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଧୀରେଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟ ବଢୁଥିବାବେଳେ ବିଟେନରେ ପ୍ରଥମ ଓମିକ୍ରନ ମୃତୁ୍ୟ ଘଟିଛି । ଏହା ବିଶ୍ୱରେ ପ୍ରଥମ । ଏଥିପାଇଁ ସାରା ବିଶ୍ୱର ଚିନ୍ତା ବଢିଛି ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଗତକାଲି ପଶ୍ଚିମ ଲଣ୍ଡନର ପାଡିଙ୍ଗଟନ୍ ନିକଟସ୍ଥ ଏକ ଟିକାକରଣ କ୍ଲିନିକ୍ ଯିବା ସମୟରେ ଏହା କହିଛନ୍ତି। ବୋରିସ ଜନସନ୍ ଗତକାଲି ଟେଲିଭିଜନ୍ରେ ଉଦ୍ବୋଧନ ଦେଇ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ସଚେତନ କରିଛନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ବୁଷ୍ଟର ଡୋଜ୍ ନେବାପାଇଁ ଜନ୍ସନ୍ ଘୋଷଣା କରିଛନ୍ତି । ବ୍ରିଟେନ ସ୍ବାସ୍ଥ୍ୟ ସଚିବ ସଜିଦ ଜାଭିଦ କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ପ୍ରତି ୨କିମ୍ବା ୩ ଦିନରେ ସଂକ୍ରମଣ ଦ୍ବିଗୁଣା ହେଉଛି । ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହୋଇ ଇଂଲଣ୍ଡରେ ଏବେ ୧୦ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ସେ କହିଛନ୍ତି। ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ୁଥିବାରୁ ଲଣ୍ଡନରେ ଏହା ୪୦ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ ।
ତେଣୁ ଲୋକମାନେ ବୁଷ୍ଟର ଡୋଜ୍ ନେବା ଆବଶ୍ୟକ । ୨ଟି ଯାକ ଡୋଜ୍ ଟିକା ନେଇ ଏବେ ବି ଅସୁସ୍ଥ ଥିବା ବ୍ୟକ୍ତି ବୁଷ୍ଟର୍ ଡୋଜ ନେବା ଉପରେ ଗୁରୁତ୍ବାରୋପ କରାଯାଉଛି । ନଭେମ୍ବର ୨୭ରେ ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିଲା । ଏହାପରଠାରୁ ବ୍ରିଟେନ୍ରେ ସଂକ୍ରମଣ ବଢ଼ି ଚାଲିଛି । ଏଥିପାଇଁ ବ୍ରିଟେନ୍ରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି । ବ୍ରିଟେନ୍ରେ ରବିବାର ଦିନ ୧୨୩୯ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଏଥିସହ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩୭ରେ ପହଞ୍ଚିଛି।
Powered by Froala Editor