ପବ୍ଜି ନେଇଗଲା ଛାତ୍ରଙ୍କ ଜୀବନ
ବାଲୁଗାଁ ଥାନା ଗଙ୍ଗାଧରପୁର ରେଳ ଷ୍ଟେସନରେ ସୁଶାନ୍ତ ବେହେରା ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଟ୍ରେନ୍ ଚାଳକଙ୍କ ଠାରୁ ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିବା ସହ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତରଙ୍କ ଉଦ୍ୟମ ସ୍ୱତେ ସୁଶାନ୍ତ ବଞ୍ଚି ପାରିନଥିଲେ । ମେଡିକାଲରେ ଟାଙ୍ଗୀ ପୋଲିସ ପହଁଚିବା ସହ ଶବ ଜବତ କରି ତଦନ୍ତ ଚଳାଇଛି । ୧୫ ବର୍ଷୀୟ ସୁଶାନ୍ତ ବେହେରା ମୋବାଇଲେ ପବଜି ଖେଳୁଥିବାବେଳେ ଅନ୍ୟ ମନସ୍କ ହୋଇ ରେଳ ଧାରଣା ନିକଟକୁ ଚାଲି ଆସିଥିଲେ । ସେତିକିବେଳେ ପଛପଟୁ ଆସୁଥିବା ଏକ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
Powered by Froala Editor