ପ୍ରାଚୀନ ଓ ନୂଆ ଐତିହ୍ୟର ମିଳନସ୍ଥଳ କାଶୀ-ବିଶ୍ୱନାଥ ଧାମ କରିଡର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ କାଶୀ-ବିଶ୍ୱନାଥ ଧାମ କରିଡରକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧୁସନ୍ଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଅନ୍ୟ ରାଜ୍ୟର ନେତା ତଥା ଦେଶର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାଶୀ-ବିଶ୍ୱନାଥ ଧାମ କରିଡର ପ୍ରାଚୀନ ଓ ନୂଆ ଐତିହ୍ୟର ମିଳନସ୍ଥଳ ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଦେଶର ଲୋକଙ୍କ ପାଇଁ କାଶୀ କୋଟୱାଲରୁ ଆଶୀର୍ବାଦ ଆଣିଛି। ଦେଶ ତଥା ବିଶ୍ୱର ସେହି ଲୋକମାନଙ୍କୁ ସେ ବହୁତ କୃତଜ୍ଞତା ଜଣାଇଛନ୍ତି, ଯେଉଁମାନେ ଦୂରରେ ରହିବା ପରେ ମଧ୍ୟ ଏହି ମୁହୂର୍ତ୍ତର ସାକ୍ଷୀ ରହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଥିଲେ । ଏହି କରିଡର କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାନଦୀ କୂଳ ସହ ସଂଯୋଗ କରିଛି ଯାହା ଦ୍ୱାରା ଗମନାଗମନ ପାଇଁ ଅସଂଖ୍ୟକ ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ସୁବିଧା ଜନକ ହୋଇ ପାରିବ ।
Powered by Froala Editor