ବ୍ରିଟେନରୁ ଆସିଲା ଓମ୍ରିକନର ପ୍ରଥମ ମୃତ୍ୟୁ ମାମଲା
ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି “ଦୁଃଖଦ କଥା। ଓମିକ୍ରନ ରୋଗୀଙ୍କୁ ଡାକ୍ତରଖାନାରେ ପକାଇ ଦେଉଥିବା ବେଳେ ଏବେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଓମିକ୍ରନ ପଜିଟିଭ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେଣୁ ମୁଁ ଭାବୁଛି ଯେ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ।”
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭ୍ୟାରିଏଣ୍ଟ କେଉଁଠି ଅଧିକ ସଂଗଠିତ ହେଉଛି ତାକୁ ଚିହ୍ନଟ କରିବାର ଅଛି। ତେଣୁ ବୁଷ୍ଟର ଡୋଜ୍ ନେବା ପାଇଁ ପ୍ରସ୍ତୁତି କରିବା ଭଲ ଉପାୟ ହେବ ବୋଲି ବୋରିସ ଜନସନ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ଓମିକ୍ରନ୍ ଭାଇରସ ବେଶ୍ ମାଇଲ୍ଡ, ଏହା ଅଧିକ ବିପଜ୍ଜନକ ନୁହେଁ ବୋଲି ଯଦି ଆଣମାନେ ଭାବୁଛନ୍ତି ତେବେ ତାହା ଭୁଲ୍। ଏହି ଚିନ୍ତାଧାରା ବଦଳାଇ ଦିଅନ୍ତୁ। ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭାଇରସର ଗତିକୁ ଚିହ୍ନିବା ଉଚିତ୍। ଏହା ଲୋକଙ୍କ ମଧ୍ୟରେ ବେଶ୍ ଦ୍ରୁତ ଗତିରେ ବ୍ୟାପୁଛି। ଏବଂ ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେ ସମସ୍ତେ ବୁଷ୍ଟର୍ ଡୋଜ ନେବା ଉଚିତ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।
ବ୍ରିଟେନରେ, ଏହି ପ୍ରକାରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୮୯୮ କୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଯଦି ବ୍ରିଟେନରେ ବର୍ତ୍ତମାନର ସଂକ୍ରମଣ ହାର ଅକ୍ଷୁର୍ଣ୍ଣ ରହିଥାଏ, ତେବେ ମାସ ଶେଷ ସୁଦ୍ଧା ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ ଲକ୍ଷକୁ ବୃଦ୍ଧି ପାଇପାରେ ।
Powered by Froala Editor