ମାନିଲେନି କୋର୍ଟଙ୍କ ନିଦେ୍ର୍ଧଶ, ସ୍ତ୍ରୀ କୁ ଛାଡ଼ି ସ୍ୱାମୀ ଫେରାର
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ- ସୁମିତ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତକାଲି ଡାକ୍ତର ସୁମିତ ସାହୁ ୫ ଦିନ ଛୁଟି ନେଇ ରହସ୍ୟଜନକ ଭାବେ କୁଆଡେ଼ ନିଖୋଜ ହୋଇ ଯାଇଛନ୍ତି । ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସୁମିତଙ୍କ ଖୋଜଖବର ନାହିଁ । ଗତକାଲି ଠାରୁ ସୁମିତ୍ ତାଙ୍କ ପନôୀ ତପସ୍ୱିନୀଙ୍କ ସହ କଥାବାର୍ତ୍ତା ହୋଇନଥିବା କିମ୍ବା କିଛି ଜଣାଇନଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସୁମିତଙ୍କ ଓକିଲ ଏହାକୁ ଖଣ୍ଡନ କରି ତାଙ୍କ ଦେହ ଅସୁସ୍ଥ ରହିଥିବା ଯୋଗୁଁ ସେ ଛୁଟି ନେଇ ବାଲିସିରାରେ ଜଣେ ବନ୍ଧୁଙ୍କ ଘରେ ଅଛନ୍ତି ବୋଲି କହିଛନ୍ତି । କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ସୁମିତ୍ ତାଙ୍କ ସାଂଗମାନଙ୍କ ଜରିଆରେ ଭଡ଼ାଘର ଖୋଜୁଥିବା ନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡା. ସୁମିତଙ୍କ ସମ୍ପର୍କରେ କୌଣସି ଖବର ଆସି ନଥିବା ଯୋଗୁଁ ଆଜି ତପସ୍ୱିନୀ ଆସିକା ଥାନାରେ ଲିଖିତ ଏତଲା ଦେଇଛନ୍ତି । ତାଙ୍କ ସ୍ୱାମୀ ସୁମିତ କୋର୍ଟଙ୍କ ନିଦେ୍ର୍ଧଶକୁ ଅବମାନନା କରି ତାଙ୍କ ପରିବାରବର୍ଗଙ୍କ ପ୍ରରୋଚନାରେ ପଡ଼ି କୁଆଡେ଼ ଚାଲି ଯାଇଛନ୍ତି ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି । ଖବର ଲେଖାଯିବା ସମୟରେ ତପସ୍ୱିନୀ ଆସିକା ଚିନିଶିଳ୍ପ ଡାକବଙ୍ଗଳାରେ ଅଛନ୍ତି । ତପସ୍ୱିନୀଙ୍କ ସହ ତାଙ୍କ ଭାଇ ଓ ମା’ ରହିଛନ୍ତି । ଏହି ଘଟଣାକୁ ନେଇ ଆସିକା ପୁଲିସ ଗୋଟିଏ ପ୍ରକାର ହରଡ଼ଘଣାରେ ପଡ଼ିଛି । ବ୍ରହ୍ମପୁର ଏସଡିଜେଏମଙ୍କ ନିଦେ୍ର୍ଧଶ କ୍ରମେ ଡାକ୍ତର ସୁମିତ ଓ ପନôୀ ତପସ୍ୱିନୀଙ୍କ ସୁରକ୍ଷାରେ ରହିଛି ଆସିକା ପୁଲିସ । ଗତ ୨ତାରିଖ ରାତିରୁ ସବୁ କାର୍ଯ୍ୟ ଛାଡ଼ି ତପସ୍ୱିନୀ ଓ ଡା. ସୁମିତଙ୍କ ସୁରକ୍ଷା ଦିଗରେ ଲାଗି ପଡ଼ିଛି ଆସିକା ପୁଲିସ । ଅପରାଧ କାର୍ଯ୍ୟକଳାପ ଦୃଷ୍ଟିକୋଣରୁ ଆସିକା ଗଞ୍ଜାମ ଜିଲ୍ଲାର ଏକ ସ୍ପର୍ଶକାତର ସହର ହୋଇଥିବା ବେଳେ ପୁଲିସ ସବୁ ଛାଡ଼ି ତପସ୍ୱିନୀ ଓ ସୁମିତଙ୍କ ସୁରକ୍ଷାରେ ବ୍ୟସ୍ତ ରହିଛି । ମାନବିକତା ଦୃଷ୍ଟିରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ନିୟମିତ ଉଭୟଙ୍କ ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅନ୍ୟ ଦୈନନ୍ଦିନ ସାମଗ୍ରୀର ସୁବିଧା କରି ଆସୁଛନ୍ତି । ଏହା ସହିତ ଉଭୟ ଥାନା ଅଧିକାରୀ ଓ ଏସଡିପିଓ ଉମାଶଙ୍କର ସିଂ ନିୟମିତ ଆଇବିରେ ପହଞ୍ଚି ସ୍ୱାମୀ-ସ୍ତ୍ରୀଙ୍କ ସହ ଆଲୋଚନା କରି ଆସୁଥିଲେ । ଏହାକୁ ନେଇ ପୁଲିସର ଅଡ଼ୁଆ ଆହୁରି ବଢ଼ିଛି । ୭ଦିନର ପୁଲିସ ସୁରକ୍ଷା ଅବଧି ସରିବା ପରେ ସୁମିତ ଓ ତପସ୍ୱିନୀଙ୍କୁ ଭଡ଼ାଘର ନେଇ ରହିବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ତପସ୍ୱିନୀଙ୍କ ଦୈନନ୍ଦିନ ଖର୍ଚ୍ଚ ଓ ସମସ୍ତ ପ୍ରକାର ସୁବିଧା ଅସୁବିଧା ବୁଝିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଥିବା ତାଙ୍କ ଓକିଲ ପ୍ରଦୀପ ବେହେରା କହିଛନ୍ତି । ଯଦି ଡା. ସୁମିତ ବାଲିସିରାରେ ଅଛନ୍ତି ତେବେ ସାମ୍ନାକୁ କାହିଁକି ଆସୁ ନାହାନ୍ତି, ତାଙ୍କ ପନôୀଙ୍କୁ କାହିଁକି ଦେଖା କରୁ ନାହାନ୍ତି ବୋଲି ତପସ୍ୱିନୀଙ୍କ ଓକିଲ ପ୍ରଶ୍ନ କରିଛନ୍ତି । ଭଡ଼ାଘରେ ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ସୁମିତ ତାହା ପାଳନ କରୁ ନାହାନ୍ତି । ଏଣୁ ଭଡ଼ାଘର ନୁହେଁ, ବରଂ ଶ୍ୱଶୁରଙ୍କ ଘରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରି ଆସନ୍ତା ସୋମବାର କୋର୍ଟରେ ପିଟିସନ ରୁଜୁ କରାଯିବ ବୋଲି ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।
Powered by Froala Editor