ଆପଣ ଠିକ ଭାବରେ ହେୟାର ଡ଼୍ରାୟର ବ୍ୟବହାର କରୁଛନ୍ତି ତ!
ଭୁବନେଶ୍ୱର: ଆରମ୍ଭ ହୋଇଛି ଶୀତର ଲହରୀ । ଏହି ଦିନ ଗୁଡ଼ିକରେ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ କାରଣ ଏହି ସମୟରେ ପ୍ରାୟ କେଶ ଅଧିକ ଅପରିଷ୍କାର ହୋଇଥାଏ । କିନ୍ତୁ ସମସ୍ୟା ହେଉଛି କେଶ ଅପରିଷ୍କାର ହେଲେ ମଧ୍ୟ ଶୀତଦିନରେ କେଶ ଅଧିକ ସମୟରେ ଧୋଇବା ଦ୍ୱାରା ମୁଣ୍ଡବିନ୍ଧାର କାରଣ ହେବା ସହ ଥଣ୍ଡା ମଧ୍ୟ ହୋଇଥାଏ । ତେଣୁ ପ୍ରାୟତଃ ଏହି ଋତୁରେ କେଶ ଧୋଇବା ପରେ,କେଶ ଜଲ୍ଦ ଶୁଖିବା ପାଇଁ କେତେକ ହେୟାର ଡ଼୍ରାୟର ର ବ୍ୟବହାର କରନ୍ତି । କିନ୍ତୁ ବାରମ୍ବାର ଏହାର ବ୍ୟବହାର ଦ୍ୱାରା ଏହା ଆପଣଙ୍କ କେଶକୁ ଦୁର୍ବଳ ଓ ରୁକ୍ଷ କରିଥାଏ । ତେଣୁ ସବୁବେଳେ ହେୟାର ଡ଼୍ରାୟର ବ୍ୟବହାର ପୂର୍ବରୁ କେଉଁ ଦିଗପ୍ରତି ଅଧିକ ଧ୍ୟାନ ଦେବା ନିହାତି ଜରୁରୀ ଆସନ୍ତୁ ଜାଣିବା ।
- କେଶରେ ହେୟାର ଡ଼୍ରାୟର ବ୍ୟବହାର କରିବା ପୂର୍ବରୁ, ପ୍ରଥମେ କେଶରେ ନିୟମିତ ବ୍ୟବହାର କରୁଥିବା ସେରମ ଲଗାନ୍ତୁ । ଯଦି ରେସମ ନଥାଏ ତେବେ ଏହା ପରିବର୍ତ୍ତେ ଆଲୋବେରା ଜେଲ ବ୍ୟବହାର କରିପାରିବେ ।
- ଆପଣ ଯଦି ହେୟାର ଡ଼୍ରାୟର ବ୍ୟବହାର କରିବାର ଅଛି ତେବେ ସାମ୍ପୁ କରିବା ପରେ କେଶରେ କଣ୍ଡିସନର ଲଗାନ୍ତୁ ।
- ହେୟାର ଡ଼୍ରାୟରର ଗରମ ପବନକୁ ଯଥା ସମ୍ଭବ କେଶ ମୂଳରୁ ଦୁରେଇ ରଖନ୍ତୁ ଓ ଚେଷ୍ଟା କରିବେ ଯେପରି ଏହାର ବହୁତ କମ ବ୍ୟବହାର କରିପାରିବେ ।
Powered by Froala Editor