ଭାଇଚାରାର ନିଦର୍ଶନ : ଶାରଳା ମନ୍ଦିର ପାଇଁ ଜମି ଦେଲେ ମୁସଲିମ ପରିବାର
ହିନ୍ଦୁ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ଦେଇଛନ୍ତି ଜମି । ଯାହା ପୁଣି ଥରେ ଭାରତୀୟଙ୍କ ଭାଇଚାରାକୁ ପ୍ରତିପାଦିତ କରୁଛି । ସ୍ଥାନୀୟ ମୁସଲିମ ଭାଇଭଉଣୀଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଉଛି ।
ସୂଚନା ଯେ, କାଶ୍ମୀର ପଣ୍ଡିତଙ୍କ ପାଇଁ ମାଆ ଶାରଦା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ହେଲେ ଏବେ ଶାରଦା ପିଠ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହିଛି । ୧୯୪୭ରେ ଦେଶ ବିଭାଜନ ଓ ପାକିସ୍ତାନ ଗଠନ ପୂର୍ବରୁ ତିତଓ୍ବାଲ ରାସ୍ତାରେ ଲୋକେ ମାଆଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ଭାରତୀୟ ହିନ୍ଦୁଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ହୋଇଯାଇଛି । ବିଶେଷ କରି କାଶ୍ମୀର ପଣ୍ଡିତ ନିଜର ଏହି ପବିତ୍ର ତୀର୍ଥସ୍ଥଳକୁ ଯାଇ ମାଆଙ୍କ ଦର୍ଶନର ସ୍ବୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି ।
ତେଣୁ ଜାମ୍ମୁ କାଶ୍ମୀର କୁପବାଡାରେ ସ୍ଥାନୀୟ ମୁସଲମାନଙ୍କ ସହ ମିଶି କାଶ୍ମିରୀ ପଣ୍ଡିତ ତିତଵାଲ ଅଞ୍ଚଳରେ ଏଲଓସି ନିକଟରେ ଏକ ଛୋଟ ଶାରଦା ମନ୍ଦିରର ପୁନଃନିର୍ମାଣ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆରମ୍ଭ କରି ସେବା ଶାରଦା କମିଟି ମନ୍ଦିର ପୁନଃନିର୍ମାଣ ସହ ଧର୍ମଶାଳା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। କାଶ୍ମିରୀ ପଣ୍ଡିତ ଏହାକୁ ଐତିହାସିକ ମଉକା ବୋଲି କହିଛନ୍ତି।
ସେବା ଶାରଦା କମିଟିର ପ୍ରମୁଖ ରବିନ୍ଦର ପଣ୍ଡିତ କହିଛନ୍ତି, ତିତଵାଲରେ ମନ୍ଦିର ନିର୍ମାଣ ହେଉଥିବା ରାସ୍ତାରେ ବାର୍ଷିକ ଛଡି ମୁବାରକ ନିଆଯାଉଥିଲା। ଏଠାକାର ସ୍ଥାନୀୟ ମୁସଲିମ ପରିବାରମାନେ ମନ୍ଦିର ନିର୍ମାଣ ପାଇଁ ଜମି ଦେଇଥିଲେ। ଏହାପରେ ଶିଳାନ୍ୟାସ ସମାରୋହ ପରେ କିଶନଗଙ୍ଗା ନଦୀରେ ଜିରୋ ଲାଇନରେ ତିଆରି ହୋଇଥିବା ପୋଲରେ ପବିତ୍ର ଜଳ ଵିସର୍ଜିତ କରାଯାଇଥିଲା।
Powered by Froala Editor