ବିମାନ ଦୁର୍ଘଟଣାକୁ ନେଇ ତାତ୍ସଲ୍ୟ କରି କହିଲା ଚୀନ
ବେଜିଂ: ଦୁର୍ଘଟଣାରେ ଭାରତର ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତୁ୍ୟ ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଶୋକବ୍ୟକ୍ତ କରୁଥିବା ବେଳେ ଚୀନ କୁତ୍ସିତ ପ୍ରତିକ୍ରୟା ପ୍ରକାଶ କରିଛି । ଶ୍ରୀଲଙ୍କା, ପାକିସ୍ତାନ, ଆମେରିକା, ରୁଷିଆ ଆଦି ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିବା ବେଳେ ଚୀନ କୌଣସି ଔପଚାରିକ ଶୋକ ପ୍ରକାଶ କରି ନାହିଁ । ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ରେ ଏହି ଦୁର୍ଘଟଣାକୁ ନେଇ ତାତ୍ସଲ୍ୟ କରାଯାଇଛି । ଏଥିରେ ଲେଖାଯାଇଛି ଯେ ଏହି ଦୁର୍ଘଟଣା ଭାରତୀୟ ସେନାର ଦୁର୍ବଳତାକୁ ପ୍ରମାଣିତ କରିଛି । ଦୁର୍ଘଟଣା ଗ୍ରସ୍ତ ହେଲିକେପ୍ଟର ଏମଆଇ ୧୭ ଭି ଲି-୫ ଅତ୍ୟାଧୁନିକ । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହେବା ବିଶ୍ୱାସଯୋଗ୍ୟ ନୁହେଁ । ଏହା ସମ୍ପୂର୍ଣ୍ଣ ମାନବୀୟ ତ୍ରୁଟି କାରଣରୁ ଘଟିଛି । ଭାରତୀୟ ବାୟୁସେନାରେ ବୈମାନିକଙ୍କୁ ତାଲିମ କ୍ଷେତ୍ରରେ ଦୁର୍ବଳତା ରହିଥିବା ମନେ ହେଉଛି ।
Powered by Froala Editor