ମୋଦୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ହ୍ୟାକର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରିଛନ୍ତି। ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ଯେ, ତାଙ୍କର ଟୁଇଟର୍ ଆକାଉଣ୍ଟକୁ ପୁଣି ଥରେ ସୁରକ୍ଷିତ କରାଯାଇଛି।
ଶନିବାର ମଧ୍ୟରାତ୍ରୀ ଅର୍ଥାତ ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା। ହ୍ୟାକର୍ ଏକ ଟୁଇଟ୍ କରି ଦାବି କରିଥିଲେ ଯେ, ‘ଭାରତ ସରକାରୀ ଭାବେ ବିଟ୍କଏନ୍କୁ ଆଇନଗତ ଭାବେ ସ୍ବୀକୃତି ପ୍ରଦାନ କରିଛି। ସରକାର ମଧ୍ୟ ୫୦୦ ବିଟିସଜ କିଣି ଲୋକଙ୍କୁ ବାଣ୍ଟୁଛନ୍ତି। ମାତ୍ର ୨ ମିନିଟ ପରେ ଏହି ଟୁଇଟ୍କୁ ଡିଲିଟ କରି ଦିଆଯାଇଛି। ପୁଣି ଥରେ ରାତି ୨ଟା ୧୪ ମିନିଟ ବେଳକୁ ପୂର୍ବ ଭଳି ଟୁଇଟର ଆକାଉଣ୍ଟ ସୁରକ୍ଷିତ ଅଛି। ମାତ୍ର ସାମାଜିକ ଗଣମାଧ୍ୟମରେ ଟୁଇଟରର ସ୍କ୍ରିନସର୍ଟ ଭାଇରାଲ ହେଉଛି।
ଲୋକେ ଏହି ସ୍କ୍ରିନ୍ସଟ୍କୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ଅନେକ ୟୁଜର୍ସଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇପାରୁଛି ଯଦି ସୁରକ୍ଷା ପାଇଁ ବଡ଼ ବିପଦ। ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରେ ହ୍ୟାକର ହସ୍ତକ୍ଷେପ କରିଛନ୍ତି। ମାତ୍ର ଏହାକୁ ଯଥାଶୀଘ୍ର ସୁରକ୍ଷିତ କରାଯାଇଛି। ଏସଂକ୍ରାନ୍ତରେ ଟୁଇଟରକୁ ସୂଚନା ପ୍ରଦାନ କରାଯାଇଛି। ପିଏମ୍ଓ ପକ୍ଷରୁ କୁହାଯାଇଛି,ପ୍ରଧାନମନ୍ତ୍ରୀ ଟୁଇଟର ହୋଇଥିବା ହ୍ୟାକରଙ୍କ ଦ୍ବାରା କରାଯାଇଥିବା ଅପପ୍ରଚାରକୁ କେହି ବି ଗ୍ରହଣ ନକରନ୍ତୁ।
Powered by Froala Editor