ଭାରତୀୟ ସେନାର ସଫଳତା:ସେନା ଗୁଳିରେ ଜଣେ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁକାଶ୍ମୀର ଅବନ୍ତିପୋରାରର ବାରାଗମ ଅଞ୍ଚଳରେ ଏନକାଉଣ୍ଟରରେ ସୁରକ୍ଷାବାହିନୀକୁ ସଫଳତା । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଆଜି ସକାଳୁ ଅବନ୍ତିପୋରାର ବାରାଗମ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷାବଳୟ ।
କଶ୍ମୀର ଆଜିପି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଅବନ୍ତିପୋରାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ ହୋଇଛି । ମୃତ ଆତଙ୍କୀର ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ଥିବା ସୂଚନା ଦେଇଛନ୍ତି ଆଜିପି । ଆତଙ୍କୀ ଲୁଚିଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ, ସେନା ଓ ସିଆରପିଏଫଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ହାସଲ ହୋଇଥିବା କହିଛନ୍ତି ଆଜିପି ବିଜୟ କୁମାର ।
Powered by Froala Editor