ବନାନ୍ତୁ ଭଜା ମଣ୍ଡା
ଆବଶ୍ୟକୀୟ ସାମଗ୍ରୀ:
ଅରୁଆ ଚାଉଳ,ତେଲ,ଲୁଣ,ଚିନି,ନଡ଼ିଆ କୋରା,ଗୁଜୁରାତି ପାଉଡ଼ର
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଅରୁଆ ଚାଉଳ କୁ ପାଣିରେ ଭିଜେଇ ଗ୍ରାଇଣ୍ଡଂ କରି ରଖିବେ । ତା ପରେ ନଡ଼ିଆକୁ କୋରି ରଖିବେ । ଏହାପରେ ଗ୍ୟାସରେ କଡେ଼ଇ ବସେଇ ନଡ଼ିଆ କୋର,ଚିନି,ଏବଂ ଗୁଜୁରାତି ଗୁଣ୍ଡ ପକାଇ ପାରିବେ । ପାଗ ହୋଇଯିବା ପରେ ଗ୍ୟାସ ବନ୍ଦ କରିବେ । ତାପରେ ଗ୍ୟାସରେ ଆଉ ଏକ କଡେ଼ଇ ବସେଇ ପାଣି ଢ଼ାଳିବେ । ପାଣି ଗରମ ହୋଇ ଆସିଲେ, ସେଥିରେ ଗୁଜୁରାତି ପାଉଡ଼ର ଓ ଲୁଣ ପକାଇବେ । ଏହାପରେ ପ୍ରସ୍ତୁତ କରିଥିବା ଚାଉଳଚୂନାକୁ ଅଳ୍ପ ଅଳ୍ପ ପକାଇ ଗୋଳାଇ ଖଳି ପ୍ରସ୍ତୁତ କରିବେ । ଖଳି ପ୍ରସ୍ତୁତ ହୋଇ ଆସିଲେ, ଗ୍ୟାସ ବନ୍ଦ କରି ଖଳିକୁ ଥଣ୍ଡା ହେବାକୁ ଛାଡ଼ି ଦେବେ । ତାପରେ ହାତରେ ଅଳ୍ପ ଅଳ୍ପ ନେଇ ଗୋଲ ଗୋଲ କରି ସେଥିରେ ପ୍ରସ୍ତୁତ ନଡ଼ିଆ ପୁର ପୁରାଇ ମଣ୍ଡା ଗଢ଼ିବେ । ତାପରେ ଗ୍ୟାସରେ କଡେ଼ଇ ବସାଇ ତେଲ ଢ଼ାଳିବେ । ତେଲ ଗରମ ହେବା ପରେ ସେଥିରେ ପ୍ରସ୍ତୁତ ମଣ୍ଡାକୁ ପକାଇ ଛାଣିବେ । ଉଭୟ ପାଖ ଭାଜି ହେବା ପରେ ତାକୁ ଛାଣି ଏକ ପାତ୍ରକୁ କାଢ଼ିବେ । ପ୍ରସ୍ତୁତ ହେଇଗଲା ଭଜା ମଣ୍ଡା,ଏହାକୁ ମାଣବସା ଗୁରୁବାରରେ ପୁଜା କରାଯାଏ । ଏବେ ଏହାକୁ ନିଜେ ଖାଇବା ସହ ଅନ୍ୟକୁ ଖୁଆନ୍ତୁ ।
Powered by Froala Editor