ଏଡିଜିଙ୍କୁ ଟାର୍ଗେଟ କଲା ସାଇବର ଠକ, ଅସୁସ୍ଥ ବାହାନା କରି ମାଗିଲା ୯୮ ହଜାର ଟଙ୍କା

ଏଡିଜିଙ୍କୁ ବି ଠକିବାକୁ ପଛାଇଲାନି ସାଇବର ଠକ । ଅସୁସ୍ଥ ବାହାନା କରି ଟଙ୍କା ମାଗିଲେ । ଓକାକ ସାଇବରଫ୍ରଡ୍ ମାମଲାରେ ଫେରାର ଥିବା ଅଭିଯୁକ୍ତ ଏହି ମେସେଜ ପଠାଇଥିବା ସନ୍ଦେହ କରାଯାଉଛି।
ଗତ ଡିସେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ମେସେଜ ପଠାଇଥିଲା ଠକ । ଏହାପୂୂୂର୍ବରୁ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଏବେ ବି ୩ୟ ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ । ଏହି ଅଭିଯୁକ୍ତ ଜଣକ ଏବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକେଇ କରିବାକୁ ଉଦ୍ୟମ କରିଛି ।
ସୂଚନା ମୁତାବକ, ନାଇଜେରିଆର ଏହି ମାଷ୍ଟରମାଇଣ୍ଡ ଏବେ ବି ବାଙ୍ଗାଲୋରରେ ବୁଲୁଥିବାବେଳେ ଅସୁସ୍ଥ ଆଳରେ ମେସେଜ ପଠାଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ୯୮ ହଜାର ଟଙ୍କା ମାଗିଥିଲା । ଏହା ଜାଣିବା ପରେ କ୍ରାଇମବ୍ରାଞ୍ଚ ଠକର ଦୁଇଟି ଆକାଉଣ୍ଟକୁ ବ୍ଲକ୍ କରିଛି । ଏହି ଆକାଉଣ୍ଟ ଦୁଇଟି ଭିତରୁ ଗୋଟିଏ ଗୁଜୁରାଟ ଓ ଅନ୍ୟଟି ତ୍ରିପୁରାର ଆକାଉଣ୍ଟ ନମ୍ବର ବୋଲି ଜଣାପଡିଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଏବେ ସମ୍ପୃକ୍ତ ମେଲ୍ ଆଇଡି, ଏଟିଏମ୍ ଟଙ୍କା ଉଠାଇବା ବେଳର ସିସିଟିଭିକୁ ଯାଞ୍ଚ କରିବା ଆରମ୍ଭ କରିଛି ।
Powered by Froala Editor