ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ ଅଲୀ ଆକବର

କେରଳର ପ୍ରଖ୍ୟାତ ଫିଲ୍ମ ନିର୍ମାତା ଅଲୀ ଆକବର ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ। ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମ ଉପରେ ତାଙ୍କର ଗଭୀର ଆସ୍ଥା ଥିବାରୁ ସେ ତାଙ୍କ ପତ୍ନୀଙ୍କ ସହ ଧର୍ମାନ୍ତୀକରଣ କରିବେ ବୋଲି କହିଛନ୍ତି। ଆକବର କହିଛନ୍ତି, ଜେନେରାଲ୍ ବିପିନ ରାୱାତଙ୍କ ମୃତ୍ୟୁ ସମ୍ବାଦ ପୋଷ୍ଟ୍ଗୁଡ଼ିକରେ ସହାସ୍ୟ ‘ଇମୋଟିକନ୍’ ଦେଇ ପ୍ରତିକ୍ରିୟା ପ୍ରକାଶ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଅଲି ଆକବର ପୂର୍ବରୁ ମଧ୍ୟ ଏକ ଭିଡିଓରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ବୁଧବାର ଦିନ ସେ ଘୋଷଣା କରିଥିଲେ ଯେ, ଆପଣା ଧର୍ମ ଉପରୁ ସେ ଆସ୍ଥା ହରାଇଛନ୍ତି। ଏଥର ସେ ଓ ତାଙ୍କ ପତ୍ନୀ ଲୁସିଆମ୍ମା ହିନ୍ଦୁ ହେବାକୁ ବାହାରିଛନ୍ତି। ଅଲୀ ଅକବର ନିଜ ନାଁ ରାମସିଂହମ୍ ରଖିବେ ସ୍ଥିର କରିଛନ୍ତି। ସେ କହିଛନ୍ତି, ଆପଣା ସଂସ୍କୃତିକୁ ସମର୍ଥନ କରୁଥିବା ବେଳେ ରାମସିଂହମ୍ ନିହତ ହୋଇଥିଲେ। ସେଥିପାଇଁ ସେ ନାଁଟି ମୋ ପାଇଁ ଉପଯୁକ୍ତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବା ଲାଗି ସେ ତାଙ୍କ ଝିଅମାନଙ୍କୁ ବାଧ୍ୟ କରିବେ ନାହିଁ। ସେ କଥା ସେ ସେମାନଙ୍କ ଉପରେ ଛାଡ଼ିଦେବେ।
Powered by Froala Editor