ଆଜି ଦେଶରେ କରୋନା ନେଲା ୩୯୩ ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଣ୍ଟାରେ ୭ହଜାର ୯୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ୩୯୩ଜଣ କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୭୪ହଜାର ୧୧୧କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୭ ପ୍ରତିଶତ ରହିଛି । ସେହିପରି ଆଜି ୯ହଜାର ୨୬୫ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୬ ପ୍ରତିଶତ ରହିଛି ।
ଅପରପକ୍ଷରେ ସକ୍ରିୟ ମାମଲା ୯୩ହଜାର ୨୭୭ ରହିଛି । ସକ୍ରିୟ ମାମଲା ୦.୨୭ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୩୧କୋଟି ୯୯ଲକ୍ଷରୁ ଅଧ୍ଖଳ ଜଣଙ୍କୁ ଟିକାଦାନ କରାଯାଇଛି । ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩କୋଟି ୪୧ ଲକ୍ଷ ୧୪ହଜାର ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ।ଉଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି ।
Powered by Froala Editor