ଗଞ୍ଜାମକୁ ମୁଖ୍ୟମନ୍ତ୍ରୀ ଦେବେ ଏହି ଭେଟି
ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି ଗସ୍ତରେ ସେ ଗଞ୍ଜାମକୁ ୨୨୦୦ କୋଟି ଟଙ୍କାର ଭେଟି ଦେବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ପୁରୁଷୋତ୍ତମପୁର ନିକଟ ମା ତାରାତାରିଣୀ ପୀଠକୁ ଆସିବାର କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳି ଠାରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ।
ଏଥିରେ ୨୫ ଲକ୍ଷ ପରିବାର ସାମିଲ ହେବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ, କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ଖବରଦାତା ଓ ‘ଟୋଗ୍ରା‘ରଙ୍କ ଆରଟିପିସିଆର ଟେଷ୍ଟ ବା୍ମତାମୂଳକ କରାଯିବା ସହ ଶୁକ୍ରବାର ସୁଦ୍ଧା ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।
Powered by Froala Editor