ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ଯାଜପୁର: କେଉଁ ଯୁଗରୁ ପ୍ରେମ ତାର ସ୍ୱତନ୍ତ୍ରତା ବଜାୟୀ ରଖିଛି । କୁହାଯାଏ ପ୍ରେମ ଏକ ପବିତ୍ର ଭାବନାର ସମାହାର କିନ୍ତୁ ଆଜିକାଲିର ପ୍ରେମ ସମ୍ପର୍କ ବିଗିଡିଯାଉଛି । ପ୍ରେମ ପାଇଁ ଅନେକ କଳହ ସୃଷ୍ଟି ହେଉଛି । ବ୍ରହ୍ମପୁର ଘଟଣାର ଏଯାଏ ସମାଧାନ ନହେଉଣୁ, ଯାଜପୁରରେ ସେହିଭଳି ସମାନ ଘଟଣା ଦେଖିବାକୁ ମିଳିଛି । ଯାଜପୁରର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ଅଂଚଳରେ ନିଜକୁ ବୋହୂର ସ୍ୱୀକୃତି ଦାବି କରି ପ୍ରେମିକା ଜଣକ ପ୍ରେମିକ ଘର ଆଗରେ ଦେଲେ ଧାରଣା।
ଅଭିଯୋଗ ମୁତାବକ ଭୁବନେଶ୍ୱର ପୋଖରିପୁଟ ଅଞ୍ଚଳର ପ୍ରେମିକା ଜଣକ କାଲି ରଗଡି ଅଂଚଳର ରଞ୍ଜନ ଆଚାର୍ୟ୍ୟଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଏହି ପ୍ରେମିକା ଜଣକ ରଞ୍ଜନଙ୍କ ସହିତ ମାସ ମାସ ଧରି ଭୁବନେଶ୍ୱରରେ ରହିଥିଲେ। ଶାରୀରିକ ସମ୍ପର୍କ ରକ୍ଷା କରିବା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ ରଞ୍ଜନ। କିନ୍ତୁ ଗତ କିଛି ମାସ ହେଲା ସେ ଆଉ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି। ଫଳରେ ସେ ବାଧ୍ୟ ହୋଇ ରଞ୍ଜନଙ୍କ ଘରକୁ ଆସି ଧାରଣାରେ ବସିଥିଲେ। କିନ୍ତୁ ପରିବାର ଲୋକେ କବାଟ ଖୋଲି ନଥିଲେ।
ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରେମିକା ଙ୍କୁ ବୁଝାସୁଝା କରିବା ସହିତ ଗୃହକୁ ନେଇଯାଇଛି। ଆସନ୍ତାକାଲି ତାଙ୍କୁ ଭୁବନେଶ୍ୱରର ମହିଳା ଥାନାକୁ ନିଆଯିବ ବୋଲି ସୂଚନା ମିଳିଛି।
Powered by Froala Editor