ଭୟ ବଢ଼ିଲା, ଗୁଜରାଟରେ ଆଉ ୨ ଜଣ ଓମ୍ରିକାନ ପଜିଟିଭ

ଗୁଜରାଟରେ ଆଜି ଆଉ ଦୁଇଜଣ ‘ଓମିକ୍ରାନ କରୋନାଭାଇରସ୍’ ପଜିଟିଭ୍ ବାହାରିଛନ୍ତି। ଏହାକୁ ମିଶାଇ ଭାରତରେ ସମୁଦାୟ ‘ଓମିକ୍ରାନ’ ପଜିଟିଭ୍ ସଂଖ୍ୟା ୨୫ରେ ପହଞ୍ଚିଛି। ପୂର୍ବରୁ ଗୁଜରାଟର ଜାମନଗରରୁ ଜଣେ ଜିମ୍ବାୱେ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ।
ଡିସେମ୍ବର ୪ରେ ଜିମ୍ବାୱେରୁ ଫେରିଥିବା ବ୍ୟକ୍ତି ଓମିକ୍ରାନରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରୁ ଓମିକ୍ରାନ ଠାବ ହୋଇଛି। ଜେନୋମ ସିକ୍ୱେନ୍ସିଂ ପରେ ଏପରି ରିପୋର୍ଟ ଆସିଛି। ଏବେ ପ୍ରଶାସନ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେଇଛି। ଉଭୟ ସଂପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରାନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି। ଓମିକ୍ରାନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି। ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
Powered by Froala Editor