ଛାତ୍ର କଂଗେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ
ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସ ଆଜି ହଲ୍ଲବୋଲ କରିଛି । ଆଜି ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ସୁରକ୍ଷା ବଳୟ ଟପି ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଯାଇଥିଲେ । ଏହି ସମୟରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କିଛି କର୍ମୀଙ୍କୁ ପୁଲିସ ମଧ୍ୟ ଗିରଫ କରିଛି ।
ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଯାହା ଫଳରେ ପୁଲିସ ଛାତ୍ର କଂଗେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାଯାଇଛି । ଏଥିରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ପୁଲିସ ପିଟିଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ଗତକାଲି ମଧ୍ୟ ବିଧାନସଭା ଘେରାଉ ବେଳେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିଲା ।
Powered by Froala Editor