ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ୧୩ରେ ଚୂଡାନ୍ତ ଶୁଣାଣି
କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାରେ ଆସନ୍ତା ୧୩ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରିବେ ହାଇକୋର୍ଟ । ୧୩ ସୁଦ୍ଧା ଜବାବ୍ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ପକ୍ଷରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର କରାଯାଇଥିଲା । ବିଦେଶୀ ଫିଲ୍ମକୁ ଅନୁକରଣ କରି ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଛି, କିନ୍ତୁ ମୌଳିକ ଓଡି଼ଆ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ ହୋଇଛି ।
ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ ବିଭାଗରେ କିପରି ନିଆଯାଇଛି ବୋଲି ପ୍ରଶ୍ନ ଉଠିଛି । ସେମାନେ ମନ ମୁତାବକ ନିଷ୍ପତ୍ତି ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବବି ଇସଲାମ ।
Powered by Froala Editor