ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣା, କୋର୍ଟରେ ହାଜର ହେଲେ ମାହାଙ୍ଗା ଆଇଆଇସି
ସାଲେପୁର: ବହୁଚର୍ଚ୍ଚିିତ ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାର ଥାନା ଆଇଆଇସି ସାଲେପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି । ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ହାଜର ହୋଇଛନ୍ତି । ପୁନଃତଦନ୍ତ ରିପୋର୍ଟ ସହ ସିଡ଼ିଆର ଦାଖଲ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ଥିଲା ।
ସୁଚନା ଅନୁସାରେ ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ମାହାଙ୍ଗା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ (୭୫ ବର୍ଷ) ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳ (୮୨ ବର୍ଷ)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା ।
ଅଗଷ୍ଟ ୨୫ ତାରିଖରେ କୋର୍ଟ ଏହି ମାମଲାରେ ପୁନଃ ଚାର୍ଜସିଟ୍ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ତିନି ମାସ ବିତି ଯାଇଥିବା ବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ନଭେମ୍ବର ୨୦ରେ ଏହାର ଶୁଣାଣି କରି ତୁରନ୍ତ ଚାର୍ଜସିଟ୍ ଓ ସିଡିଆର୍ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍ଏଫ୍ସି କୋର୍ଟ । ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ଧରା ପଡ଼ି ନଥିବା ବେଳେ ତାଙ୍କର ଏକ ଟ୍ରକ ଦୁର୍ଘଟଣାରେ ଗତ ଫେବୃଆରୀରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।
Powered by Froala Editor