ସିଗାରେଟ୍ର ବ୍ୟାନ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ଆଣିବେ ନୂଆ ନିୟମ
ସିଗାରେଟ୍ର ମାରାତ୍ମକ ରୋଗ ବ୍ୟାଧିରୁ ମୁକ୍ତି ଆଣିବା ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ଆଗାମୀ ବର୍ଷ ଠାରୁ ନୂଆ ନିୟମ ଲାଗୁ କରିବେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଆୟେସ ଭେରାଲ୍ ଏ ନେଇ କହିଛନ୍ତି ଯେ ଆମେ ଚାହୁଁ ନାହୁଁ କି ଦେଶର ଭବିଷ୍ୟତ ତଥା ଯୁବପିଢ଼ିମାନେ ତମାଖୁ ସେବନ କରିବା ଆରମ୍ଭ କରନ୍ତୁ । ସେମାନେ ତାଙ୍କ ଜୀବନରେ କେବେ ତବାକୁ ଯେପରି କିଣିବେ ନାହିଁ ସେଥିପାଇଁ ଆଗାମୀ ବର୍ଷ ଠାରୁ ସିଗାରେଟ୍ ବ୍ୟାନ୍ କରିବା ପାଇଁ ସରକାର ଆଇନ୍ ଆଣିବା ନେଇ ଯୋଜନା କରୁଥିବା ସେ କହିଛନ୍ତି । ତେଣୁ ଯୁବପିଢ଼ିକୁ ଏଥିରୁ ନିବୃତ୍ତ କରିବା ପାଇଁ ସିଗାରେଟ ଟାଣିବା ଓ ଯେକୌଣସି ତମାଖୁର ସପ୍ଲାଏ କରିବା ଭଳି ଘଟଣାକୁ ଅପରାଧ ଭାବେ ବିବେଚନା କରିବୁ।
ଯୋଜନା ଅନୁଯାୟୀ, ୧୪ ବର୍ଷ କିମ୍ବା ତା’ଠାରୁ କମ ବୟସ୍କଙ୍କୁ ୨୦୨୭ ପରଠାରୁ ଜୀବନ କାଳ ମଧ୍ୟରେ ଆଉ ସିଗାରେଟ୍ କିଣିବାକୁ ଅନୁମତି ମିଳିବ ନାହିଁ। ସେହପରି ତମାଖୁ ବିକ୍ରି କରିବାକୁ ଅନୁମତି ପାଇଥିବା ସଂସ୍ଥାକୁ ହ୍ରାସ କରାଯିବ। ଏଥିସହ ବିଭିନ୍ନ ତମାଖୁ ଜାତୀୟ ପଦାର୍ଥର ବ୍ୟବହାର ହେଉଥିବା ନିକୋଟିନର ମାତ୍ରାକୁ ମଧ୍ୟ ସରକାର ସମୟକ୍ରମେ ହ୍ରାସ କରିବେ।
ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୧୧.୬% ଲୋକ ସିଗାରେଟ ଟାଣୁଛନ୍ତି। ସରକାର ସିଗାରେଟ କବଳରୁ ଯୁବପିଢ଼ିଙ୍କୁ ରକ୍ଷା କରିବା ପାଇଁ ଆସନ୍ତାବର୍ଷ ଜୁନ ମାସରେ ଏହି ବିଲ୍କୁ ସଂସଦରେ ଉପସ୍ଥାପନ କରିବେ। କିନ୍ତୁ ଦେଶର ମାଓରି ସଂପ୍ରଦାୟର ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଏହି ସଂଖ୍ୟା ୨୯% ରହିଛି।” ଆସନ୍ତାମାସରେ ମାଓରି ସଂପ୍ରଦାୟ ପାଇଁ ଗଠିତ ସ୍ୱାସ୍ଥ୍ୟ ଟାସ୍କଫୋର୍ସର ସଦସ୍ୟମାନଙ୍କ ସହ ସରକାର କଥା ହେବେ। ଏହାପରେ ହିଁ ବିଲକୁ ସଂସଦରେ ଉପସ୍ଥାପନ କରାଯିବ। ୨୦୨୨ ଶେଷ ସୁଦ୍ଧା ସରକାର ଏହାକୁ ଆଇନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
Powered by Froala Editor