ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ୱର: ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଯୁବ ମୋର୍ଚ୍ଚା ବଡ଼ ପ୍ରତିବାଦ କରିବ।
ତେବେ ଏହି ଆନ୍ଦୋଳନରେ ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ବିଜେପି କର୍ମୀ ଯୋଗଦେବେ । ଏପରିକି ଯେପର୍ୟ୍ୟନ୍ତ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି ସେତେଦିନ ବିଜେପି ଆନ୍ଦୋଳନ ଜାରି ରଖିବ ।
ଏନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ ସୂଚନା ଦେଇଛନ୍ତି ।
Powered by Froala Editor