ଜୀବନରେ କେବେବି ହାର ମାନନ୍ତି ନାହିଁ ଏହି ଚାରି ରାଶିର ଲୋକ
ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ରାଶିର ବ୍ୟକ୍ତି ଗ୍ରହର ପ୍ରକୃତି ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ପ୍ରତ୍ୟେକ ରାଶିର ଚଳନ, ଗ୍ରହ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଏପରି ଚାରିଟି ରାଶି ଅଛନ୍ତି, ସେମାନେ ଜୀବନରେ କେବେ ହାରିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କ ପରାଜୟକୁ ସହ୍ୟ କରିପାରନ୍ତି ନାହିଁ । ସେମାନେ ହାର ମାନିବା ପୂର୍ବରୁ ସେହି କାମ ଛାଡି ଦିଅନ୍ତି କିମ୍ବା କୌଣସି ଉପାୟରେ ଜିତି ନେଇଥାନ୍ତି । ସେମାନେ ଯେଉଁଠିକି ଯାଆନ୍ତି ତାଙ୍କ ବୌଦ୍ଧିକ ଦକ୍ଷତା ପ୍ରଦର୍ଶନ କରି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଚାରିଟି ରାଶି ବିଷୟରେ,
ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ହାରିବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର । ଏମାନେ କଣ କରିବେ ଓ କେଉଁ ସମୟରେ କରିବେ କାହାକୁ ଜଣାନ୍ତି ନାହିଁ । ଗୁପ୍ତ ଭାବରେ ନିଜ କାର୍ଯ୍ୟ ପାଇଁ ଯୋଜନା କରିଥାନ୍ତି । ସେମାନଙ୍କ ଭିତରେ କଥାବାର୍ତ୍ତା କରିବାର କୌଶଳ ଅତୁଳନୀୟ, ତେଣୁ ଏମାନେ ଖୁବ୍ କମ୍ ସମୟରେ ଲୋକମାନଙ୍କୁ ପ୍ରଭାବିତ କରିଦେଇଥାନ୍ତି ।
କର୍କଟ ରାଶି: କର୍କଟ ରାଶିର ଲୋକମାନଙ୍କୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ । ସେମାନଙ୍କ ସ୍ୱଭାବରେ ଭାବନା ଓ ସାହାସ ଭରି ରହିଥାଏ । ଯେଉଁ ଲୋକମାନେ ସେମାନଙ୍କ ସହିତ ଭଲ ଭାବରେ ଜଡିତ, ସେମାନେ ତାଙ୍କ ପାଇଁ ସବୁକିଛି ଖର୍ଚ୍ଚ କରିବାକୁ ପ୍ରସ୍ତୁତ । କିନ୍ତୁ ଯେତେବେଳେ ତାଙ୍କ ଆତ୍ମସମ୍ମାନ କଥା ଆସେ, ଯାହା ବି ହେଉ ସେମନେ ଜିତିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ଚ୍ୟାଲେଞ୍ଜ ଦେଇ କେବେ ଆପଣ ହରାଇ ପାରିବେ ନାହିଁ ବରଂ ପ୍ରେମର ସହିତ ଏମାନେ ଖୁସି ଖୁସିରେ ଅନ୍ୟଠାରୁ ହାରିଯାଆନ୍ତି ।
ବିଛା ରାଶି: ଏହି ରାଶିର ଲୋକମାନଙ୍କୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର । ଏମାନେ ଭିତରେ କିଛି ଭାବୁଥାନ୍ତି ଓ ବାହାରେ କିଛି ଅଲଗା ବୋଲି ଦେଖାନ୍ତି । ଏହି ଲୋକମାନେ ଅତ୍ୟନ୍ତ ପରିଶ୍ରମୀ, ସେମାନେ ସମୟକୁ ଅପେକ୍ଷା କରିଥାନ୍ତି । ତେଣୁ ଏମାନେ କିଛି ମିନିଟରେ ପରାଜିତ ଯୁଦ୍ଧରେ ମଧ୍ୟ ଜିତନ୍ତି ।
ମୀନ ରାଶି: ଏହି ରାଶିର ବ୍ୟକ୍ତମାନେ ସ୍ୱାଭିମାନୀ ହୋଇଥାନ୍ତି । ଏମାନେ ଯାହା କରନ୍ତି, ସବୁ ନୀତି ନିୟମ ଅନୁସାରେ କରିଥାନ୍ତି । ଏମାନେ କୌଣସି କୌଶଳ ଆପଣାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏମାନଙ୍କ ସହ ଯିଏ ପ୍ରତାରଣା କରନ୍ତି, ଏମାନେ ଜାଣନ୍ତି କେଉଁ ଭାଷାରେ ସେମାନଙ୍କୁ ଉ ତ୍ତର ଦେବେ । ଏମାନେ କଠିନ ପରିଶ୍ରମ କରି ନିଜ ଲକ୍ଷ ହାସଲ କରିଥାନ୍ତି ଓ ବିଜୟ ହାସଲ କରିଥାନ୍ତି ।
Powered by Froala Editor