କଟକ ଷ୍ଟେସନରୁ ୨୪ଲକ୍ଷ ଜବତ, ୪ ବ୍ୟାଗ୍ରେ ଥିଲା ୧୦ ଓ ୨୦ ଟଙ୍କିଆ ବଣ୍ଡଲ
କଟକ ରେଳଷ୍ଟେସନରୁ ଜଣେ ଯାତ୍ରୀଙ୍କ ନିକଟରୁ ନଗଦ ୨୪ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି । ରାଜଧାନୀ ଏକ୍ସପ୍ରେସରେ ଯାଉଥିବା ସମୟରେ ୪ଟି ଟ୍ରଲି ବ୍ୟାଗରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କା। ଉକ୍ତ ବ୍ୟାଗଗୁଡ଼ିକରେ କେବଳ ନୂଆ ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଭର୍ତ୍ତି ହୋଇଛି। ସନ୍ଦେହ ହେବାରୁ ଆରପିଏଫ ଓ ଜିଆରପି ପୁଲିସ୍ ବ୍ୟାଗ୍ ତଲାସି କରି ଏହି ଟଙ୍କା ଜବତ କରିଛି।
କେଉଁ ଆଡକୁ ଟଙ୍କା ନିଆଯାଉଥିଲା ସେନେଇ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ବ୍ୟକ୍ତି ଜଣକ ଏ.କେ ସିଂ ।
ସୂଚନାଯୋଗ୍ୟ, ଆଜି ସକାଳେ ରାଜଧାନୀ ଏକ୍ସପ୍ରେସରେ ଏ.କେ ସିଂ ନାମକ ବ୍ୟକ୍ତି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିଲେ। ସେ ଉକ୍ତ ଟଙ୍କା ବ୍ୟାଗ୍ଗୁଡ଼ିକୁ ଭୁବନେଶ୍ୱରରୁ ଆଣିଥିଲେ ମଧ୍ୟ ସେଠାରେ ପୁଲିସ୍ ନଜରରୁ ଖସି ଆସିଥିଲେ। ମାତ୍ର କଟକ ଷ୍ଟେଶନରେ ପହଞ୍ଚିବା ପରେ ସନ୍ଦେହ ହେବାରୁ ପୁଲିସ୍ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ପୁଳାପୁଳା ୧୦ ଓ ୨୦ ଟଙ୍କିଆ ବିଡ଼ା ନୋଟ ଜବତ ହୋଇଛି।
Powered by Froala Editor