ଆଜି ଦେଶରେ ୮ହଜାର ୪୩୯କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ, ଦକ୍ଷିଣ ଆଫ୍ରିକାରୁ ପଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏହାରି ଭିତରେ ଗତ ୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ଏହି ସମୟ ମଧ୍ୟରେ ୧୯୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୭୩ହଜାର ୯୫୨କୁ ବୃଦ୍ଧି ପାଇଛି ।
ଏହାସହିତ ଦେଶରେ ସକ୍ରିୟ ମାମଲା ୯୩ହଜାର ୭୩୩ ରହିଥିବାବେଳେ, କରୋନାରୁ ମୋଟ ସୁସ୍ଥ ହେଲେଣି ୩କୋଟି ୪୦ଲକ୍ଷ ୮୯ହଜାର ୧୩୭ ବୋଲି ସୂଚନା ମିଳିଛି ।
Powered by Froala Editor