ମଦ ନିଶାରେ ୩ମାସର ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା

ନୂଆଦିଲ୍ଲୀ: ମଦ୍ୟପାନ ପକ୍ଷେ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଆଜିକାଲି ଏହି କଥା ଉଚ୍ଚାରଣରେ ହିଁ ଶୋଭା ପାଉଛି । ମଦ୍ୟପାନ କରି ନିଶାସକ୍ତ ହୋଇ କିଛି ସଭ୍ୟ ବ୍ୟକ୍ତି ମଧ୍ୟ ଅସଭ୍ୟ କାଣ୍ଟ କରି ବସୁଛନ୍ତି । ଏହି ମଦ ଅନେକ ପରିବାରରେ କଳହ ସୃଷ୍ଟି କରୁଛି । ଏହି ମଦ ପାଇଁ ଅନ୍ୟାୟସରେ ଚାଲିଯାଉଛି ଅନେକ ନିରିହ ଜୀବନ ।
ଦିଲ୍ଲୀର ଭାଲସ୍ୱା ଡାଏରୀ ଅଞ୍ଚଳରେ, ସ୍ତ୍ରୀ ସହ ଝଗଡା ହେବାରୁ ଜଣେ ୨୬ବର୍ଷୀୟ ଯୁବକ ମଦ ନିଶାରେ ୩ମାସର ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛନ୍ତି । ଅଭିଯୁକ୍ତ ମୃତ ଶିଶୁର ବାପା ରବି ରାଇଙ୍କୁ ପୋଲିସ୍ ଗିରଫ କରିଛି ।
ଡିସିପି ବ୍ରିଜେନ୍ଦ୍ର କୁମାର ଯାଦବଙ୍କ ସୂଚନା ଅନୁସାରେ ଗତ ୩ ତାରଖ ରାତି ୧୦.୩୦ରେ ଏନେଇ ପିସିଆରକୁ କଲ୍ ଆସିଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରବି ନିଶାସକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ସଙ୍ଗେସଙ୍ଗେ ୩ମାସର ଶିଶୁକୁ ବିଜେଆରଏମ୍ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏମଏଲସି ରିପୋର୍ଟ ଅନୁଯାୟୀ ଶିଶୁର ପିଞ୍ଜରା ହାଡ ଭାଙ୍ଗି ଯାଇଛି । ଛୁଆର ଦୁଇ ଗୋଡକୁ ଧରି ଅଭିିଯୁକ୍ତ କାନ୍ଥରେ ପିଟି ଦେଇଥିବା ପୋଲିସ୍ ପକ୍ଷରୁ କୁହାଯାଉଛି ।
ପୋଲିସ୍ ପଚରାଉଚରା କରୁଥିବାବେଳେ ପଡୋଶୀ କହିଥିଲେ, ଘଟଣା ଦିନ ସ୍ୱାମି ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ହଠାଥ୍ ମହିଳା ଘର ବାହାରକୁ ଆସି ଚିକôାର କରି ତାଙ୍କ ପୁଅକୁ ସ୍ୱାମି ହତ୍ୟା କରିଥିବା କହିଥିଲେ ।
Powered by Froala Editor