ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଇଜିନିୟର ବାବୁ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଇଜିନିୟର ବାବୁ । ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ବିଲ ପାସ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳ। ଏନେଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
ତେବେ ସହକାରୀ ଯନ୍ତ୍ରୀ ଜଣଙ୍କ ଲାଞ୍ଚ ନେଉଥିବା ଖବର ପାଇ ଖୋର୍ଦ୍ଧା ସରକାରୀ କାର୍ୟ୍ୟାଳୟ ଓ ଭୁବନେଶ୍ବର ଗଙ୍ଗନଗର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ବର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୭ଜଣିଆ ଟିମ ଏହି ଚଢ଼ାଉ ଜାରି ରଖିଛି । ତେବେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ସୁଚନା ମିଳିଛି ।
Powered by Froala Editor