ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ, ବିଦେଶ ଫେରନ୍ତା ଦେଉଛନ୍ତି ଭୁଲ ଠିକଣା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡିଶାରେ ଏଯାଏ ଠାବ ହୋଇ ନାହାନ୍ତି ଜଣେ ବି ଆକ୍ରାନ୍ତ । ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି । ସେମାନେ ଦେଇଥିବା ଠିକଣା ଭୁଲ୍ ବୋଲି ଜଣାପଡିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ର ଗୁଡିକରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । ହେଲେ ସେମାନଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି । ଏହି ବ୍ୟକ୍ତିମାନେ ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର ଓ ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ଏହା ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିନି । ଯଦି ଏମିତି ହୁଏ ତେବେ ଆଗାମୀ ଦିନରେ ଓଡିଶାକୁ ଏକ ଭୟଙ୍କର ପରିସ୍ଥିତି ଦେଖିବାକୁ ପଡିବ ବୋଲି କୁହାଯାଉଛି ।
Powered by Froala Editor