ଶ୍ରୀମନ୍ଦିର ପ୍ରଶାସନ ଦେଇନି ୧୪୨ କୋଟିର ୟୁସି! ଖୋଳତାଡ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟିର ୟୁସି (ୟୁଟିଲାଇଜେସନ ସାର୍ଟିଫିକେଟ) ସରକାରଙ୍କ ନିକଟରେ ଦାଖଲ କରିନାହିଁ । ଏଜିଙ୍କ ଏପରି ରିପୋର୍ଟ ପରେ ଖୋଳତାଡ଼ ଆରମ୍ଭ ହୋଇଛି । ଏକ ଉଚ୍ଚସ୍ତରୀୟ ବୈଠକରେ ଆଇନ ବିଭାଗ ଅତିରିକ୍ତ ସଚିବ ଲଲାଟେନ୍ଦୁ ଜେନା ଏ ଉପରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିବା ସହ ତୁରନ୍ତ ଏହାର ତିନିଟି ନକଲ ଆଇନ ବିଭାଗକୁ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏ ସମ୍ପର୍କରେ ଆଇନ ବିଭାଗ ଉପସଚିବ ଏ କେ ମାଝି ଗତ ୨ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କୁ ଚିଠି କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଦେବୋତ୍ତର ବିଭାଗ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲ କରୁନଥିବା ନେଇ ଏଜିଙ୍କ ରିପୋର୍ଟ ପରେ ଗତ ୨୯ ତାରିଖରେ ଆଇନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଜି ରିପୋର୍ଟ ଦେଇଥିଲେ ଯେ ଦେବୋତ୍ତର ବିଭାଗ ୨୦୨୧ ଅଗଷ୍ଟ ସୁଦ୍ଧା ୨୫ କୋଟି ୬୩ ଲକ୍ଷ ୭୮ହଜାର ଟଙ୍କାର ୟୁସି ଦାଖଲ କରିନାହିଁ । ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟି ୮୧ଲକ୍ଷ ୫୫ହଜାର୯୫୫ ଟଙ୍କାର ୟୁସି ଦାଖଲ କରିନି । ଏବେ ନୁହେଁ, ବର୍ଷ ବର୍ଷ ଧରି ଏହି ୟୁସି ବାକି ପଡ଼ିଛି ।
ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ଅତିରିକ୍ତ ସଚିବ । ଶେଷରେ ଅଧିକାରୀମାନେ କହିଥିଲେ ଯେ ଏହି ଟଙ୍କାର ୮୦ ପ୍ରତିଶତ ୟୁସି ସରକାରଙ୍କ ନିକଟରେ ଦାଖଲ ସରିଛି । ଏପରିକି ୟୁସି ଦାଖଲର ଏକ ତାଲିକା ବି ସରକାରଙ୍କୁ ପଠାଯାଇଛି । ଏହି ଟଙ୍କାର କିଛି ୟୁସି ସରକାରଙ୍କ ପାଖରେ ରହିଛି । କିନ୍ତୁ ୨୦୦୨-୦୩ ଆର୍ଥôକ ବର୍ଷରୁ ୨୦୧୪-୧୫ ଆର୍ଥôକ ବର୍ଷ ଭିତରେ ସରକାରଙ୍କ ନିକଟରେ ଦାଖଲ ୟୁସିର କୌଣସି ସନ୍ଧାନ ମିଳୁନି । ଏପରିକି ହଜିଯାଇଥିବା ଏହି ୟୁସିର ନକଲ ସେମାନଙ୍କ ପାଖରେ ରହିଛି ଓ ଚାହିଁଲେ, ସେମାନେ ଏହାକୁ ପ୍ରଦାନ କରିପାରିବେ ବୋଲି ଅଧିକାରୀମାନେ ଦର୍ଶାଇଥିଲେ । ଏଣୁ ଶ୍ରୀ ଜେନା ଆଇନ ବିଭାଗକୁ ସପ୍ତାହେ ଭିତରେ ହଜିଯାଇଥିବା ଓ ପ୍ରଦାନ କରାଯାଇନଥିବା ୟୁସିର ତିନିଟି ନକଲ ସପ୍ତାହେ ଭିତରେ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଦେବୋତ୍ତର ବିଭାଗକୁ ବି ସମାନ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟପଟେ ଯେଉଁ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲରେ ଅବହେଳା କରୁଛନ୍ତି, ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ସହ ଓପିଡିଆର ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ୟୁସି ଦାଖଲ ନ କରିଥିବା ଟଙ୍କା ଆଦାୟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor