ଆଜି ରାଜ୍ୟରେ କରୋନାରେ ଜଣେ ମୃତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବାବେଳେ ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ଜଣେ କରୋନାରେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲାର ୪୦ବର୍ଷ ବୟସ୍କା ମହିଳା ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୮୪୨୪କୁ ବୃଦ୍ଧି ପାଇଛି ।
ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ଗତକାଲି ରାଜ୍ୟରେ ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୨୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ରାଜ୍ୟବାସୀଙ୍କ ମନରେ ଛନକା ପସିଛି । କିନ୍ତୁ ସେମାନେ ଓମିକ୍ରନରେ ଆକ୍ରାନ୍ତ କି ନୁହେଁ ତାହା ଜିନୋମ ସିକୁ୍ୟଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଇଛି । ଅନ୍ୟପଟେ ଆଜି ଭିମସାର ମେଡିକାଲ କଲେଜର ଦୁଇ ଜଣ କରୋନା ପଜିଟିଭ୍ ଛାତ୍ର ଡେଲ୍ଟା ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି ।
Powered by Froala Editor