ଭିମସାରର ୨ଛାତ୍ର ଡେଲ୍ଟା ଭାରିଆଣ୍ଟ ଚିହ୍ନଟ

ସମ୍ବଲପୁର: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ, ଏଥିରୁ କିପରି ମୁକ୍ତି ମିଳିବ ଏଥିପାଇଁ ସବୁ ଦେଶର ସରକାର ବ୍ୟାପକ କଟକଣା ଜାରି କରୁଛନ୍ତି । କିନ୍ତୁ ଏତେ ପଦକ୍ଷପ ସତ୍ତ୍ୱେ କରୋନାର ଓମିକ୍ରନ ଭାରିଆଣ୍ଟ ଗୋଟିଏ ପରେ ଗୋଟେିଏ ଦେଶରେ ପଶି, ବର୍ତ୍ତମାନ ରାଜ୍ୟରେ ତା’ର କାୟା ବିସ୍ତାର କରିବାକୁ ଲାଗିଲାଣି । ଏଥିପାଇଁ ଦେଶବାସୀଙ୍କ ମନରେ ଛନକା ପସିଛି । ସୂଚନା ଅନୁସାରେ କରୋନା ଓ ଡେଲ୍ଟା ଭାରିଆଣ୍ଟ ବ୍ୟାପିବାକୁ ଯେଉଁଠି ୧୦ଦିନ ଲାଗୁଥିଲା, ସେଠାରେ ଓମିକ୍ରନ ବ୍ୟାପିବାକୁ ମାତ୍ର ଗୋଟିଏ ଦିନ ଲାଗୁଛି ।
ନିକଟରେ ଭୀମସାରରୁ ଅନେକ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏଥିପାଇଁ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସବୁ ପ୍ରକାର କରୋନା କଟକଣା ପାଳନ କରାଯାଉଛି । ଏହାରି ଭିତରେ ଆଜି ଭିମସାରର ଦୁଇ କରୋନା ପଜିଟିଭ୍ ଛାତ୍ର ଡେଲ୍ଟା ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତ । ମୋଟ ୨୧ଟି ପଜିଟିଭ୍ ନମୁନା ଜିନୋମ ସିକୁ୍ୟଏନ୍ସିଂ ପାଇଁ ଭୁବନେଶ୍ୱର ପଠାଯାଇଥିଲା । ଏଥିରୁ ୧୧ଟି ନମୁନାର ରିପୋର୍ଟ ଆସିଛି ଓ ସେଥିରୁ ୨ଜଣ ଡେଲ୍ଟା ଭାରିଆଣ୍ଟ ପଜିଟିଭ୍ ଥିବା ଜଣାପଡିଛି ଓ ଅନ୍ୟ ୯ଟି ପ୍ରଭାବହୀନ ଭାରିଆଣ୍ଟ ବୋଲି ଭିମସାରର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।
Powered by Froala Editor