ମସଲା ତନ୍ଦୁରୀ କୋବି
ଆବଶ୍ୟକ ସାମଗ୍ରୀ-
ଫୁଲକୋବି,ତେଲ,ଲୁଣ,ହଳଦୀ ପାଉଡ଼ର,ଲଙ୍କା ପାଉଡ଼ର,ଗରମ ମସାଲା,ଚିକେନ ମସାଲା,ତନ୍ଦୁରୀ ଚିକେନ ମସାଲା,ହେଙ୍ଗୁ,କସ୍ତୁରୀମେଥି,ଭ୍ରୁସଙ୍ଗ ପତ୍ର,ଅଦା,ରସୁଣ,ପିଆଜ,ଟମାଟୋ ପୁ୍ୟରୀ,ଦହି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଫୁଲକୋବିକୁ କାଟି ହଳଦୀ ପାଣିରେ ବୁଡ଼ାଇ ରଖିବେ । ତାପରେ ତାକୁ ଆଉ ଏକ ପାତ୍ରକୁ କାଢ଼ି ସେଥିରେ ଲୁଣ,ହଳଦୀ ପାଉଡ଼ର,ଲଙ୍କା ପାଉଡ଼ର ପକାଇ ଗୋଳାଇବେ । ଏହାପରେ ଗ୍ୟାସରେ କଡେ଼ଇ ବସାଇ ତେଲ ପକାଇବେ, ତେଲ ଗରମ ହେବା ପରେ ସେଥିରେ ଗୋଳେଇ ରଖିଥିବା କୋବି ପକାଇ ଭାଜିବେ । ଏହା ଭାଜି ହେବା ପରେ ଏକ ପାତ୍ରକୁ କାଢ଼ି ରଖିବେ,ପୁଣି ଗ୍ୟାସରେ କଡେ଼ଇ ବସାଇ ତେଲ ଗରମ କରି ସେଥିରେ ହେଙ୍ଗୁ,କସ୍ତୁରୀ ମେଥି,ଭ୍ରୁସଙ୍ଗପତ୍ର ପକାଇ ଫ୍ରାଏ କରିବେ । ତା’ ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ କଷିବେ । ମସଲାର କଂଚା ବାସ୍ନା ଯିବା ପରେ ସେଥିରେ ପିଆଜ ପକାଇ କଷିବେ । ପିଆଜ ଭାଜି ହେବା ପରେ ସେଥିରେ ହଳଦୀ ପାଉଡ଼ର,ଲଙ୍କା ପାଉଡ଼ର, ଲୁଣ,ଚିକେନ ମସାଲା, ତନ୍ଦୁରୀ ଚିକେନ ମସାଲା,ଗରମ ମସାଲା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଟମାଟୋ ପୁ୍ୟରୀ ପକାଇ ଗୋଳାଇବେ । ତାପରେ ସେଥିରେ ଭାଜି ରଖିଥିବା ଫୁଲକୋବି ଓ ଦହି ପକାଇ ଗୋଳାଇବେ । ଏହା ଭଲଭାବରେ ମିଶିଯିବା ପରେ ସେଥିରେ ଅଳ୍ପ ପାଣି ପକାଇ ଫୁଟିବାକୁ ଛାଡ଼ିବେ ଏହା ଫୁଟିଯିବା ପରେ ଗ୍ୟାସ ବନ୍ଦ କରିବେ ।
ପ୍ରସ୍ତୁତ ହୋଇଗଲା ମସାଲା ତନ୍ଦୁରୀ କୋବି, ଏବେ ଗରମ ଗରମ ଏହାକୁ ନିଜେ ଖାଆନ୍ତୁ ଓ ପରିବାରକୁ ଖୁଆନ୍ତୁ ।
Powered by Froala Editor