ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସମ୍ବଲପୁର :ରାଜ୍ୟରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନାରେ ଭିଜିଲାନ୍ସ ରେଡ କରୁଛି । ଆଉ ଦୁର୍ନୀତିଖୋରଙ୍କୁ ଗିରଫ କରୁଛି । ଏହା ସତ୍ତ୍ୱେ ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା କମୁନି । ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ।
ସୂଚନାନୁଯାୟୀ, ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । ଅଚ୍ୟୁତ ନନ୍ଦଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ସୁବର୍ଣ୍ଣପାଲି ସ୍ଥିତ ପୈତୃକ ଘର, ଝଙ୍କରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି ।
Powered by Froala Editor